ନିର୍ଦ୍ୱନ୍ଦ ଭାବରେ ମାନଝରି ନାଏବ ସରପଞ୍ଚ ଉପ ନିର୍ବାଚନ
ବିଜେପି ପ୍ରାର୍ଥୀନୀ ଲଳିତା ଭାଟି ହେଲେ ମାନଝରି ଗ୍ରାମ ପଞ୍ଚାୟତ ର ନୂତନ ନାଏବ ସରପଞ୍ଚ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନରେ ଥିବା ମାନଝରି ଗ୍ରାମ ପଞ୍ଚାୟତ ର ନାଏବ (ମହିଳା) ସରପଞ୍ଚ ପଦବୀ ଖାଲି ପଡିଥିଲା।ଆଜି ବିଧିବଦ୍ଧ ଭାବେ ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଉପ ନିର୍ବାଚନ ହୋଇଯାଇଛି।ଏଥିରେ ପଞ୍ଚାୟତ ର ୧୪ ନମ୍ବର ୱାର୍ଡ ସଭ୍ୟା ଲଳିତା ଭାଟି ଜଣେ ନାମାଙ୍କନ ପତ୍ର ଦାଖଲ କରିଥିଲେ।ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କୌଣସି ୱାର୍ଡ ସଭ୍ୟା ମନୋନୟନ କରି ନ ଥିବାରୁ ଅପ୍ରତିଦ୍ବନ୍ଦି ଭାବରେ ଲଳିତା ଭାଟି ମାନଝରି ଗ୍ରାମ ପଞ୍ଚାୟତ ର ନୂତନ ନାଏବ ସରପଞ୍ଚ ପଦ ହାସଲ କରିଛନ୍ତି।ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀ ଭାବେ ବିଶ୍ବରଂଜନ ପଣ୍ଡା ଦାୟିତ୍ଵ ନିର୍ବାହ କରିଥିବା ବେଳେ ସରପଞ୍ଚ ଜଗୁଜିବନ ଅଘ୍ରିଆ ନୂତନ ନାଏବ ସରପଞ୍ଚ ଙ୍କୁ ଶୁଭେଚ୍ଛା ଦେଇଥିଲେ। ନିର୍ବାଚିତ ପରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ସ୍ଥାନୀୟ ସରପଞ୍ଚ ଙ୍କୁ ନାଏବ ସରପଞ୍ଚ ଧନ୍ୟବାଦ ଦେଇଛନ୍ତି ।
Naib Sarpanch election Manjhari
Lalita Bhati BJP candidate
Kalahandi Golamunda Panchayat news
Odisha Panchayat updates
Unopposed Sarpanch election Odisha
No comments: